• 2 years ago
#ଝଲସିବ_ଶ୍ରୀମୁଖ
#ଲାଗିହେଲେ_ଚିତା
ଶ୍ରୀମୁଖର ଶ୍ରୀମସ୍ତକରେ ଲାଗିହେଲା ରତ୍ନ ଚିତା । ସୁନା ଓ ରୂପାରେ ଖଞ୍ଜା ରତ୍ନପଥର ନିର୍ମିତ ଚିତା ଆଜି ଝଲସୁଛି ଶ୍ରୀବିଗ୍ରହଙ୍କ ମସ୍ତକରେ । ଦଇତାପତି ଓ ସିଂହାରି ସେବକମାନେ ଠାକୁରଙ୍କ ଚିତାଲାଗି କରିଛନ୍ତି । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ମହାପ୍ରଭୁଙ୍କ ଶ୍ରୀମସ୍ତକୁ ଚିତା ଓଲାଗି କରାଯାଇଥାଏ । ସୋଲ ଚିତା ପରିଧାନ କରି ଶ୍ରୀବିଗ୍ରହ ସ୍ନାନବେଦୀକୁ ବିଜେ କରନ୍ତି । ସ୍ନାନ ନୀତି ପରେ ଠାକୁର ଆଣସରକୁ ଯାଅନ୍ତି । ତା ପରେ ରଥଯାତ୍ରା ବି ହୁଏ । ରଥଯାତ୍ରା ସରିଲା ପରେ ବାହୁଡନ୍ତି ନୀଳକନ୍ଦରକୁ । ରତ୍ନବେଦୀରେ ବିଜେ କଲା ପରେ ଚିତା ଲାଗି ଆମାବାସ୍ୟା ପରେ ପୁଣିଥରେ ଠାକୁର ଧାରଣ କରନ୍ତି ରତ୍ନଚିତା ।
#thequiver #latestnews #chitalagiamabasya #UpdateNews #puri #odishanews #shreejagannath

Get Touch With Us!
-------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://thequiver.in/

Category

🗞
News

Recommended