ଝୋଟ ଗୋଦାମରେ ଅଗ୍ନିକାଣ୍ଡ !

  • 3 years ago
ଝୋଟ ଗୋଦାମରେ ଅଗ୍ନିକାଣ୍ଡ !

କଟକ : 25/12/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଝୋଟ ଗୋଦାମରେ ନିଆଁଲାଗି ଲକ୍ଷ ଲକ୍ଷ ଟଙ୍କାର ଝୋଟ ପୋଡି ପାଉଁଶ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁରେ। ଏହି ଗାଁ'ର ଝୋଟ ବ୍ୟବସାୟୀ ଭୀମ ସାହୁ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା | ଆଜି ମଧ୍ୟାହ୍ନରେ ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଫାୟାର ଷ୍ଟେସନକୁ ଖବର ଦେଇ ଥିଲେ |

ସ୍ଥାନୀୟ ଲୋକ ମାନଙ୍କ ସହ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ ପାଇଁ ଉଦ୍ୟମ କରାଯାଇଥିଲା | ତେବେ ସ୍ଥାନୀୟ ଆଖପାଖ ଅଂଚଳର ଲୋକମାନଙ୍କ ସହଯୋଗ ପରେ ଦରପୋଡା ଅବସ୍ଥାରେ ଅଳ୍ପ କିଛି ଝୋଟ ଗୋଦାମ ଘର ଭିତରୁ ବାହାର କରାଯାଇଥିବା ଦେଖିବାକୁ ମିଳିଛି|

ବିଦେଶୀ ମଦ ଦୋକାନରେ ଭେଜାଲ ମଦ ଅଭିଯୋଗ

[ କଟକ ରୁ ଅକ୍ଷୟ କୁମାର ସିଂହଙ୍କ ରିପୋର୍ଟ nk news]

ବିଦେଶୀ ମଦ ଦୋକାନରେ ଭେଜାଲ ମଦ ବିକ୍ରୀ ଅଭିଯୋଗ: ଅବକାରୀ ଚଢ଼ାଉ କାଉଣ୍ଟର ସିଲ !

ସରକାରୀ ମଦ ଦୋକାନ ବିଦେଶୀ ବ୍ରାଣ୍ଡର ଅପମିଶ୍ରିତ ମଦ ବିକ୍ରୀ କରାଯାଉଥିବା ଏରକଣା ଅଂଚଳର ଏକ ମଦ ଦୋକାନ ଉପରେ ଅବକାରୀ ବିଭାଗ ଆଜି ସନ୍ଧ୍ୟାରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ ସହ ଏହି ଦୋକାନକୁ ସିଲ କରିବା ପରେ 3ଜଣ କର୍ମଚାରୀଙ୍କୁ ଉଠାଇ ନେଇଛି !
ଏହି ମଦ ଦୋକାନରେ ଅପମିଶ୍ରିତ ମଦ ବିକ୍ରୀନେଇ ଅଭିଯୋଗ ହେଉଥିଲା !

Category

🗞
News

Recommended