Odisha ,Orissa ( ଓଡ଼ିଶା ) -1

  • 13 years ago
ଓଡ଼ିଶା ଭାରତର ପୂର୍ବ ତଟକୂଳରେ ଥିବା ଗୋଟିଏ ରାଜ୍ୟ । ଓଡ଼ିଶା ୧ ଏପ୍ରିଲ ୧୯୩୬ ରେ ନବଗଠିତ ହୋଇଥିଲା, ତେଣୁ ୧ ଏପ୍ରିଲ ଉତ୍କଳ ଦିବସ ଭାବରେ ପାଳିତ ହୁଏ ଏବଂ ମୁଖ୍ୟତଃ ଓଡ଼ିଆ ଭାଷାବାସୀ ଲୋକେ ଏଠାରେ ବାସ କରନ୍ତି । ସମଗ୍ର ଭାରତେର ଆୟତନର ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି।

ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ନିକଟରେ ଅବସ୍ଥିତ, ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥାନ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱର ତିନି ଜାଗାକୁ ପୁରୁବ ଭାରତର ସ୍ୱର୍ଣ ତ୍ରିଭୁଜ କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କ ର ସୂର୍ଯ୍ୟ ମନ୍ଦିର , ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ବ୍ରହ୍ମପୁର ନିକଟରେ ଅଶୋକଙ୍କ ପ୍ରସିଦ୍ଧ ପ୍ରସ୍ତର କାର୍ଯ୍ୟ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଭାରତର ମୁଖ୍ୟ ଐତିହାସିକ କିରତି । ବାଲେଶ୍ଵରର ଚାନ୍ଦିପୁର ଠାରେ ଗୋଳାବାରୁଦ ଓ କମାଣ ପରଖ ପାଇଁ ଡି.ଆର.ଡି.ଓ ଓ ପି.ଏକ୍ସ.ଇ ଅଛି ଯେଉଁଠି ଭାରତିୟ ସେନାର ଅନେକ ଗଉରବର କଥା ଲେଖାହୋଇଛି । ଓଡ଼ିଶାରେ ପୁରୀ, କୋଣାରକର ଚଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ମନଲୋଭା ବେଳାଭୁଇଁ ରହିଛି ।
Edited and uploaded by Deepak Basti ,Automobile Engg.
www.deepakbasti.blogspot.com
www.deepakbasti.webs.com